ରବିବାର, 1 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା
ଜୀବନଶୈଳୀ

ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ

ଭୁବନେଶ୍ୱର: ଡାଇବିଟିସ୍ ବର୍ତ୍ତମାନ ସମୟରେ ବିଶ୍ୱର ଏକ ଅତ୍ୟନ୍ତ ଗମ୍ଭୀର ଏବଂ ବ୍ୟାପକ ସମସ୍ୟା ପାଲଟିଛି। ବାହାରୁ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ରୋଗ ଭିତରୁ ଦୁର୍ବଳ କରିଦେଇପାରେ। ପୂର୍ବକାଳରେ ଏହା କେବଳ ବୟସ୍କମାନଙ୍କଠାରେ ଦେଖାଯାଉଥିତ୍ବା ବେଳେ ବର୍ତ୍ତମାନ ଏହା କମ୍ ବୟସର ଯୁବବର୍ଗ ଏବଂପିଲାମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି। ତେଣୁ ସମୟ ଥାଉଁ ଥାଉଁ ଏହାକୁ ନିୟନ୍ତ୍ରଣରେ ରଖିବା ଏବଂ ସଠିକ୍ ଜୀବନଶୈଳୀ ଆପଣାଇବା ଅତ୍ୟନ୍ତ ଜରୁରୀ ଅଟେ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ରକ୍ତରେ ଗ୍ଲୋକୋଜ୍ ର ସ୍ତର ବୃଦ୍ଧି ପାଇଲେ ଡାଇବିଟିସ୍ ହୋଇଥାଏ। ଅଗ୍ନାଶୟ ଦ୍ୱାରା ଉତ୍ପନ୍ନ ହେଉଥିବା ‘ଇନସୁଲିନ୍’ ହରମୋନ୍ ଗ୍ଲୋକୋଜ୍‌କୁ ଶରୀରର କୋଷିକା ପର୍ଯ୍ୟନ୍ତ ପହଞ୍ଚାଇ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ। କିନ୍ତୁ ଡାଇବିଟିସ୍ ସମୟରେ ଶରୀର ପର୍ଯ୍ୟାପ୍ତ ପରିମାଣରେ ଇନସୁଲିନ୍ ତିଆରି କରିପାରେ ନାହିଁ କିମ୍ବା ତାର ସଠିକ୍ ବ୍ୟବହାର କରିପାରେ ନାହିଁ। ଫଳରେ ରକ୍ତରେ ଗ୍ଲୋକୋଜ୍ ମାତ୍ରା ବଢ଼ିଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଡାଇବିଟିସ୍ ପ୍ରାୟ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁର ସିଧାସଳଖ କାରଣ ସାଜିଥିଲା, ଯାହା ମଧ୍ୟରୁ ୪୭% ମୃତ୍ୟୁ ୭୦ ବର୍ଷ ବୟସ ପୂର୍ବରୁ ହୋଇଥିଲା। ଏହା କେବଳ ଆଖି, କିଡନୀ, ସ୍ନାୟୁ ଏବଂ ହୃତ୍‌ପିଣ୍ଡକୁ ନୁହେଁ, ବରଂ ପାଦ, କାନ, ପାଟି, ତ୍ୱଚା ଏବଂ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ।

ଡାଇବିଟିସ୍ ନିୟନ୍ତ୍ରଣ ଓ ସୁସ୍ଥ ରହିବାର ୫ଟି ମୁଖ୍ୟ ଉପାୟ:

୧. ହେଲ୍‌ଥ୍ ଖାଦ୍ୟପେୟ ଆପଣାନ୍ତୁ: ଘରେ ପ୍ରସ୍ତୁତ ସତେଜ ଏବଂ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ। ଆହାରରେ ହରିତ ପନିପରିବା, ଡାଲି ଏବଂ ସାବୁତ୍ ଅନାଜ ସାମିଲ କରନ୍ତୁ। ବଜାରରେ ମିଳୁଥିବା ମହଙ୍ଗା ‘ଡାଏବେଟିକ୍ ଫୁଡ୍’ ବଦଳରେ ଘରର ସନ୍ତୁଳିତ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ।

୨. ଶାରୀରିକ ଭାବେ ସକ୍ରିୟ ରୁହନ୍ତୁ: ଡାଇବିଟିସ୍ ନିୟନ୍ତ୍ରଣ ପାଇଁ ଫିଜିକାଲ୍ ଆକ୍ଟିଭିଟି ଅତ୍ୟନ୍ତ ଜରୁରୀ। ଜିମ୍ ଯିବା ବଦଳରେ ଘରର କାମ କରିବା, ସିଡ଼ି ଚଢ଼ିବା କିମ୍ବା ନିୟମିତ ଭାବେ ସକାଳେ ବା ସନ୍ଧ୍ୟାରେ ଚାଲିବା ଦ୍ୱାରା ବହୁତ ଲାଭ ମିଳିଥାଏ।

୩. ଚିନ୍ତା କମ କରନ୍ତୁ: ମାନସିକ ଚିନ୍ତା ଓ ଚାପରୁ ମୁକ୍ତ ରହିବା ପାଇଁ ପ୍ରତିଦିନ କିଛି ସମୟ ଯୋଗ ଏବଂ ମେଡିଟେସନ୍ କରନ୍ତୁ। ଏହା ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରେ।

୪. ପର୍ଯ୍ୟାପ୍ତ ଏବଂ ଭଲ ନିଦ ନିଅନ୍ତୁ: ଶୋଇବା ସମୟରେ ବେଡରୁମ୍ ଶାନ୍ତ, ଅନ୍ଧାର ଏବଂ ଆରାମଦାୟକ ରଖନ୍ତୁ। ଶୋଇବାର ଅତିକମରେ ଘଣ୍ଟାଏ ପୂର୍ବରୁ ମୋବାଇଲ୍, ଲାପଟପ୍ ଏବଂ ଟିଭିର ବ୍ୟବହାର ବନ୍ଦ କରନ୍ତୁ, ଯାହାଦ୍ୱାରା ଗଭୀର ଓ ଭଲ ନିଦ ହୋଇପାରିବ।

୫. ଛୋଟ ଛୋଟ ଲକ୍ଷ୍ୟ ରଖି ଭଲ ଅଭ୍ୟାସ କରନ୍ତୁ: ଏକାବେଳେ ସମସ୍ତ ଅଭ୍ୟାସ ବଦଳାଇବା କଷ୍ଟକର ହୋଇଥାଏ। ପ୍ରଥମେ ଦିନକୁ ୧୦ ମିନିଟ୍ ଚାଲିବା କିମ୍ବା ଖାଦ୍ୟରେ ଗୋଟିଏ ସୁସ୍ଥ ଜିନିଷ ସାମିଲ କରିବା ଭଳି ଛୋଟ ଛୋଟ ଲକ୍ଷ୍ୟରୁ ଆରମ୍ଭ କରନ୍ତୁ। ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଏହି ଛୋଟ ପଦକ୍ଷେପଗୁଡ଼ିକ ବଡ଼ ପରିବର୍ତ୍ତନ ଆଣିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)